Latest Odisha News

BREAKING NEWS

ଆଶୁତୋଷ ରାଣା କରୋନାରେ ଆକ୍ରାନ୍ତ, ଏପ୍ରିଲ ୬ରେ ନେଇଥିଲେ ଟିକା 

ମୁମ୍ବାଇ: ବଲିଉଡର ପପୁରାଲ ଆକ୍ଟର ଆଶୁତୋଷ ରାଣା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସେଆର କରି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆଜି ଭାରତୀୟ ନବ ବର୍ଷ ଓ ଚୈତ୍ର ନବରାତ୍ର । ଆଜିଠୁ ନଅ ଦିନ ଯାଏ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ଆଜି ଭଳି ଶୁଭ ଦିନରେ ଯଦି ନିଜ ଭିତରେ କରୋନା ଭୂତାଣୁ ଥିବା ଜଣାପଡେ ତା’ଠାରୁ ଶୁଭ ଆଉ କିଛି ନୁହେଁ ।

ସୂଚନାଅନୁସାରେ, ଗତ ୬ ତାରିଖରେ ଆଶୁତୋଷ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ । ମୁମ୍ବାଇ ସ୍ଥିତ ଟିକାକେନ୍ଦ୍ରରେ ସେ ଟିକା ନେଇଥିଲେ । ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ।

ଦେଶରେ କରୋନା ସଂକ୍ରମଣ ମାମଲା ବଢିଚାଲିଛି । ଏହାରି ଭିତରେ ଜଣେ ପରେ ଜଣେ ବଲିଉଡ କଳାକାର କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

Leave A Reply

Your email address will not be published.