Latest Odisha News

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ, ମିଳିବ ଜରୁରୀକାଳୀନ ଚିକିତ୍ସା ସୁବିଧା 

ପୁରୀ: ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀ କାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି ।

ଦର୍ଶନ ପାଇଁ ଆସିଥିବା ଦୁଇଜଣ ଭକ୍ତ, କଟକ ବଡମ୍ବା ଝଜିଆ ଗାଁର ମାଟିଆ ସ୍ୱାଇଁ ଏବଂ ସାତପଡ଼ା ଆଳୁପାଟଣା ଗାଁର ରାଜୁ ଜେନାଙ୍କ ଦ୍ଵାରା ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି ।

ଏହି ଶୁଭ ଅବସରରେ ଉପସ୍ଥିତ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ଉପସ୍ଥିତରେ ଦୁଇ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନୟନ ପ୍ରଶାସକ ଅଜୟ କୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ ।

ଉକ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ରଟି ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଖୋଲା ରହିବ । ଏଠାରେ ଆବଶ୍ୟକ ପରିମାଣ ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ହେବା ସହ ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଥିବା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.