ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି ।
ଅଧିକ ପଢନ୍ତୁ –୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା ମୋହର
ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ କାବିନେଟରେ ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ୨୫କେ ଏବଂ ୨୫ଏଫ କୁ ସଂଶୋଧନ କରିବାକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ।
ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା, ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବା ଏବଂ ଶ୍ରମିକ ମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ବହୁବିଧ ଶ୍ରମ ସଂସ୍କାର କାର୍ଯ୍ୟକ୍ରମ ଯଥା ଫିକ୍ସଡ଼ ଟର୍ମ ଏମ୍ଲୟମେଣ୍ଟ୍ , ଭଲ୍ୟୁଣ୍ଟାରି କମ୍ପ୍ଳିୟାନ୍ସ, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଇତ୍ୟାଦି କରିଛନ୍ତି ।
ସାର୍ବଦେଶିକ କରୋନା ମହାମାରୀ ଦ୍ୱାରା କବଳିତ ଓ କ୍ଷତିଗ୍ରସ୍ତ ପରିସ୍ଥିତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କରେ ଉପୁଜିଥିବା ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ଏବଂ ଏକ ସୁସ୍ଥ ବାଣିଜ୍ୟିକ ପରିବେଶ ସୃଷ୍ଟି କରି ପୁଞ୍ଜି ନିବେଶକୁ ଆକର୍ଷିତ କରିବା ସହ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଶିଳ୍ପ ବିବାଦ ଆଇନର ଧାରା ୨୫-କେ ରେ ଥିବା ଶ୍ରମିକ ସଂଖ୍ୟା ଉପଯୋଗିତାକୁ ୧୦୦ରୁ ୩୦୦କୁ ବୃଦ୍ଧି କରିବା ନେଇ ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛି ।
Comments are closed.