ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ ପୂର୍ବ ଭଳି ଭିଡିଓ କନଫରେନ୍ସିଂରେ ଯୋଗେ ଦେବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଅପରାହ୍ଣ ୬ଟା ୪୫ରେ ଏହି ବୈଠକ ବସିଛି ।
ବୈଠକରେ ବିଭିନ୍ନ ବିଭାଗର ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ ହୋଇପାରେ । ଏହାବ୍ୟତୀତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବାକୁ ଆଗତ ହୋଇପାରେ ପ୍ରସ୍ତାବ । ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ ପାଇଁ ହଜାରେ କୋଟିର ଟେଣ୍ଡର ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ ।
ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପ ସହ ଗୃହ, ସାଧାରଣ ପ୍ରଶାସନ, ଜଳ ସମ୍ପଦ, ଆଇନ, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ ।
Comments are closed.