Latest Odisha News

BREAKING NEWS

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ଟାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.