Latest Odisha News

BREAKING NEWS

୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା ‌କଲେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ୨୦ ତାରିଖ ସୋମବାର ଦିନ ପାଳନ ହେବ ଦୀପାବଳି । ଏନେଇ ଉକ୍ତ ଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି ।

ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ଦୀପାବଳି ପାଳନ ନେଇ ଛି ଲୋକ ଆସନ୍ତା ୨୦ ତାରିଖକୁ କହୁଥିବାବେଳେ, ଆଉ କିଛି ୨୧ ତାରିଖ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ବୈଠକ ହେବା ପରେ ଏହି ଦ୍ବନ୍ଦ ଦୂର ହୋଇ ୨୦ରେ ଦୀପାବଳି ଏବଂ ପୟା ଶ୍ରାଦ୍ଧ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଏହାପରେ ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ପରେ ୨୦ ତାରିଖ ସୋମବାରକୁ ଛୁଟି ଘୋଷଣା କରିଛନ୍ତି ।

 

Comments are closed.