ଭୁବନେଶ୍ଵର: ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବନ୍ୟା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହେଲେ ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ।
ନବୀନ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି । ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି ।
ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ‘ପ୍ରତିଟି ଜୀବନ ମୂଲ୍ୟବାନ’ ହେଉଛି ଓଡ଼ିଶାର ମନ୍ତ୍ର। ଏହି ମନ୍ତ୍ରରେ ସବୁ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା। ହେଲେ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନ କରି ଲୋକେ ନିର୍ବାଚିତ କରିଥିବା ପ୍ରତିନିଧିମାନେ ଲୋକଙ୍କ ହାତ ଛାଡ଼ିଦେବା ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ‘ପ୍ରତିଟି ଜୀବନ ମୂଲ୍ୟବାନ’ ହେଉଛି ଓଡ଼ିଶାର ମନ୍ତ୍ର। ଏହି ମନ୍ତ୍ରରେ ସବୁ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା । ହେଲେ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନ କରି ଲୋକେ ନିର୍ବାଚିତ କରିଥିବା ପ୍ରତିନିଧିମାନେ ଲୋକଙ୍କ ହାତ ଛାଡ଼ିଦେବା ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ।