Latest Odisha News

BREAKING NEWS

ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ଟୁକୁନି ସାହୁ  ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି  ।  ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ,ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ  ସୁବର୍ଣରେଖା ଅବବାହିକାରେ ବନ୍ୟା ସ୍ଥିତି ଓ ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ଥିତି ଅନୁଧ୍ୟାନ କରିଥିଲେ  ।

BjdElectrycity

 ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରଥମେ ସେଚ ସଦନରେ ବନ୍ୟା ନିୟନ୍ତ୍ରଣ କକ୍ଷ ବୁଲି ଦେଖିବା ସହ ବନ୍ୟା ପରିଚାଳନା ସମ୍ପର୍କିତ ସୂଚନା ସରବରାହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ  । ପରେ ପରେ ସେଚ ସଦନ ସମ୍ମିଳନୀ କକ୍ଷରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରିଥିଲେ ।  ଏହି ବୈଠକରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗ ଦେଇଥିବା କଟକ,ବାଲେଶ୍ୱର, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲା ଆଦିର ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

 ମାନ୍ୟବର ମନ୍ତ୍ରୀ ଗତକାଲି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ନେଇ ଭିଡିଓ କନଫରେନିଂ ବୈଠକରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ  । ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅସ୍ଥାୟୀ ଭାବେ ବନ୍ଦ କରାଯାଉଛି  ।  ମହାନଦୀ ଅବବାହିକାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଗୁଡିକୁ ପାଣି ଛାଡ଼ିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ମରାମତି କରି ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।

 ବର୍ତ୍ତମାନ ହୀରାକୁଦରୁ ଟି ଗେଟ ଦେଇ ଜଳ ଛଡ଼ାଯାଉଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଙ୍ଗାଲି ଜଳ ଭଣ୍ଡାରରୁ ଆଜି ଗୋଟିଏ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।  ଅନ୍ୟ ପକ୍ଷରେ ମହାନଦୀ ଅବବାହିକାକୁ ନେଇ ଆଉ ବନ୍ୟା ସମସ୍ୟା ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

 ବନ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତ୍ରୀକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା ଓ ଏହି ପ୍ରକ୍ରିୟା ଜାରି ରହିଛି । ବୈଠକରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ () ତଥା ମହାନଦୀ-କାଠଯୋଡି ଅବବାହିକା  ମ୍ୟାନେଜର ଇଂ ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.