ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ସମୟ । ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ । ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ମିଳିଛି । ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା।
ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିବା ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ଖରା ପାଇଁ ସମସ୍ୟା ହେଉଥିବାରୁ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୂର୍ବରୁ କହିଥିଲେ ।
Comments are closed.