Latest Odisha News

ବିନୋଦ ରାଉତରାୟଙ୍କର ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ , ରାଜ୍ୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ, ବିଶିଷ୍ଟ ସାହିତ୍ୟିକ ତଥା ଚିତ୍ରଶିଳ୍ପୀ ବିନୋଦ ରାଉତରାୟଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତଃ ଶିଳ୍ପୀଙ୍କର ତୈଳ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଜୀବନୀ ଓ କଳା ସର୍ଜନା ସମ୍ବନ୍ଧିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣା ମୁଖ୍ୟ ଅତିଥି ଭାବରେ, ଅଲେଖ ଚରଣ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ଚକ୍ରଧର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃ ରାଉତରାୟଙ୍କ ଚିତ୍ରକଳା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ସହ ରବୀନ୍ଦ୍ର ମହାରଣା , ଚନ୍ଦନ କୁମାର ସାମଲ, ସୁବାସ ରଥ, ତନୟା ଦାସ ଗୋସ୍ୱାମୀ ଓ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.