Latest Odisha News

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ ‘ମୋ ଲେଖା ମୋ ଦୁନିଆ’ ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି ।

ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ବିଶ୍ୱାଳ, ଭବାନୀ ଶଙ୍କର ନିଆଲ, ଭାରତୀ ରଥ, ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ନରତ୍ତମ ପାତ୍ର, ମନ୍ମଥ ସ୍ୱାଇଁ, ପ୍ରମୁଖ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ କବି ଓ କବିୟତ୍ରୀମାନେ ଯୋଗ ଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ l ପରିଶେଷରେ ଅନୁଷ୍ଠାନର ସହ ସମ୍ପାଦକ ଦୁର୍ଗାଶଙ୍କର ଦେ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.