Latest Odisha News

BREAKING NEWS

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି । ମନ୍ଦିର ଭିତରକୁ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି । ସିଂହଦ୍ୱାରରୁ ଆଡ଼କାଠ ଯାଏ ଯାଇ ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଭକ୍ତମାନଙ୍କଠାରୁ ସେବାୟତମାନେ କୌଣସି ପ୍ରକାର ଭୋଗ ଗ୍ରହଣ କରିପାରିବେ ନାହିଁ । ଶୃଙ୍ଖଳିତ ଦର୍ଶ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ମନ୍ଦିର ସିଂହଦ୍ୱାର ନିକଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତଙ୍କ ହାତ ଧୁଆ ଓ ସାନିଟାଇଜ କରିବା ବ୍ୟବସ୍ଥା କରାଯିବ ।

କାହା ପାଖରେ ଥଣ୍ଡା ଓ କାଶର ଲକ୍ଷଣ ଥିଲେ ମନ୍ଦିରକୁ ପ୍ରବେଶ ମନା । ସେହିପରି ସାଂଘାତିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରବେଶ ନିଷେଧ କରାଯାଇଛି ।

ମନ୍ଦିର ପରିସରରେ ପାନ, ଗୁଟଖା ଛେପ ପକାଇବା ନିଷେଧ କରାଯାଇଛି । ମନ୍ଦିର ମଧ୍ୟରେ କୌଣସି ସ୍ଥାନରେ ୨୫ ଜଣରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ । ପାଖାପାଖି ଚାରି ମାସ ପରେ ପ୍ରଭୁ ଶ୍ରୀଲିଙ୍ଗରଜାଙ୍କ ଦର୍ଶନ ପାଇଁ ଭକ୍ତ ଆନନ୍ଦିତ ।

Leave A Reply

Your email address will not be published.