Latest Odisha News

BREAKING NEWS

ଆଜି ହେବ ପ୍ରକାଶ ସିଂ ବାଦଲଙ୍କ ଶେଷକୃତ୍ୟ; ଘୋଷଣା ହେଲା ୨ ଦିନିଆ ରାଷ୍ଟ୍ରୀୟ ଶୋକ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ   ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ । ଏହି ରାଷ୍ଟ୍ରୀୟ ଶୋକ  ଆଜି ଓ ଆସନ୍ତାକାଲି   ସମଗ୍ର ଦେଶରେ ପାଳନ କରାଯିବ।

ଆଜି ଅପରାହ୍ନ ୧ଟାରେ ତାଙ୍କର ପଞ୍ଜାବର ଭଟିଣ୍ଡା ସହରରେ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ସିଂ ବାଦଲଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ର୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

 ୯୫ ବର୍ଷୀୟ ବାଦଲ ନିକଟରେ   ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାଦଲଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଗତ ବର୍ଷ ଜୁନ୍ ମାସରେ ଗ୍ୟାଷ୍ଟ୍ରାଇଟିସ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟ-କୋଭିଡ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଫେବୃଆରୀ ୨୦୨୨ ରେ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ବର୍ଷ ଜାନୁଆରୀରେ ବାଦଲ କରୋନା ସଂକ୍ରମିତ ହୋଇ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ଅଭିଜ୍ଞ ନେତା ମଧ୍ୟରୁ ଅନ୍ୟତମ ଥିଲେ। ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ  । ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ପ୍ରକାଶ ସିଂ ବାଦଲଙ୍କ ରାଜନୈତିକ କ୍ୟାରିୟର ଦେଶ ସ୍ୱାଧୀନ ହେବା ପୂର୍ବରୁ ଆରମ୍ଭ ହୋଇଥିଲା। ସେ ୧୯୪୭ ରେ ସରପଞ୍ଚ ଭାବରେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ବ୍ଲକ୍ ମୁଖ୍ୟ ହୋଇଥିଲେ ଏବଂ ଶିରୋମଣି ଅକାଳି ଟିକେଟରେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
Leave A Reply

Your email address will not be published.