Latest Odisha News

BREAKING NEWS

ଅପରେଶନ କାବେରୀର ତୃତୀୟ ପର୍ଯ୍ୟାୟ; ଯୁଦ୍ଧଗ୍ରସ୍ତ ସୁଦାନରୁ ଉଦ୍ଧାର ହେଲେ ୫୦୦ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଥମିନି ଗୃହ ଯୁଦ୍ଧ  । ଏବେ ବି ସେଠାରେ ସ୍ଥିତି ସାଂଘାତିକ । ଏପରି ସ୍ଥିତିରେ  ଫସି ରହିଛନ୍ତି ହଜାର ହଜାର ଭାରତୀୟ ତଥା ଅନ୍ୟ ବିଦେଶୀ । ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଅପରେଶନ କାବେରୀ । ଅପରେଶନ କାବେରୀରେ ୩ଟି ପର୍ଯ୍ୟାୟରେ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଲାଣି । ଏବେ ଚାଲିଛି ଅପରେଶନର ତୃତୀୟ ପର୍ଯ୍ୟାୟ  ।

ଭାରତୀୟ ବାୟୁସେନାର C-130J ବିମାନ ତୃତୀୟ ବ୍ୟାଚରେ ୧୩୫ ଜଣ ଯାତ୍ରୀଙ୍କୁ ନେଇ ସାଉଦି ଆରବର ଯଦ୍ଦାହରେ ପହଞ୍ଚି ଗଲାଣି । ଏହା ପୂର୍ବରୁ ୨ୟ ପର୍ଯ୍ୟାୟରେ ଆସିଥିବା   ୧୪୮ ଜଣ ଭାରତୀୟଙ୍କୁ ଭାରତୀୟଙ୍କୁ ବିଦେଶ ମନ୍ତ୍ରୀ ବି.ମୂରଲିଧରନ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ତା ପୂର୍ବରୁ ପ୍ରଥମ ପର୍ଯ୍ୟେୟରେ ୨୭୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଖୁବ ଶୀଘ୍ର ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷର କୁହାଯାଇଛି ।

ସୁଦାନରୁ ତୃତୀୟ ପର୍ଯ୍ୟାୟରେ ଉଦ୍ଧାର ହୋଇଥିବା ଯାତ୍ରୀ ସାଉଦୀରେ ପହଞ୍ଚି ସାରିଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଥିଲା । ମଙ୍ଗଳବାର କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେଦ୍ଦାହର ଇଣ୍ଟରନାଶନାଲ ଇଣ୍ଡିଆନ ସ୍କୁଲ ବୁଲି ଦେଖିଥିଲେ । ସୁଦାନରୁ ଉଦ୍ଧାର ହେଉଥିବା ଭାରତୀୟ  ପ୍ରଥମେ ଏଠାରେ ରୁହନ୍ତି । ଏଠାରେ ଭାରତୀୟଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ଯେମିତି, ରହିବା, ଖାଇବା, ଶୌଚାଳୟ, ୱାଇଫାଇ ଆଦି ସୁବିଧା ଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଥାଉ କି, ଆଫ୍ରିକୀୟ ଦେଶ ସୁଦାନ ଏବେ ଗୃହ ଯୁ୍ଦ୍ଧ ଲାଗି ରହିଛି । ସେନା ଏବଂ ଅର୍ଦ୍ଧ ସାମରିକ ଲୋକଙ୍କ ସହ ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି ।  ଇତିମଧ୍ୟରେ ସୁଡାନର ଥିବା ବାୟୋଲୋଜିକାଲ ଲାବରୋଟେରୀକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ କବଜା ନେଇଛି । ତେବେ ସେନା କିମ୍ବା  ର‌୍ୟାପିଡ ସପୋର୍ଟ ଫୋର୍ସ ତାହା ସ୍ପଷ୍ଟ ହୋଇନି । ଏହି ଲ୍ୟାବରେ ଅନେକ ମାରାତ୍ମକ ଭାଇରସ ଗବେଷଣା ପାଇଁ ରଖାଯାଇଛି । ଯଦି ଏହା ମଧ୍ୟରେ ଭାଇରସ ବାହରକୁ ଆସିବେ ତେବେ ସମସ୍ୟା ସୃଷ୍ଟି ହେବ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି ।

Leave A Reply

Your email address will not be published.