Latest Odisha News

BREAKING NEWS

ରେକର୍ଡ କଲା ତାତି; ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି । ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା । ଟିଟିଲାଗଡ଼ ଓ ଝାରସୁଗୁଡ଼ା ଓ ବଲାଙ୍ଗିରେ ରେକର୍ଡ କରିଛି ତାତି । ଶନିବାର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି । ବଲାଙ୍ଗିରରେ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି ପାରଦ । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।

ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ ହେବ । ଦିନ ସହ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ବୋଲି ଆଶଂକା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

 

Comments are closed.