Latest Odisha News

BREAKING NEWS

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା ଅମ୍ବୁଲାନ୍ସ

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ ଘଣ୍ଟାଏ ନୁହେଁ ମାତ୍ର ଏକ ୧୦ମିନିଟ୍ ଅଟକି ରହିଥିଲା ।

ସୂଚନା ଅନୁଯାୟୀ, ଡ୍ରାଇଭର ଜଣଙ୍କ କହିଛନ୍ତି ଯେ, ଆମ୍ବୁଲାନ୍ସରେ ରୋଗୀଙ୍କ ସମ୍ପର୍କୀୟ କେହି ନ ଥିବାରୁ ଅଟକି ରହିଥିଲା । ସେତେବେଳେ ଜଣେ ମ୍ୟାଡାମ ପୋଲିସ ୟୁନିଫର୍ମରେ ସେଠାରେ ଉପସ୍ଥିତ ଥିଲେ । ପତ୍ନୀ ବିଦ୍ୟାଭାରତୀ ଆସିବା ପରେ ହିଁ ଆମ୍ବୁଲାନ୍ସ ଛାଡିଥିଲା । କିନ୍ତୁ ଗୋଷାଣି ଓ ଗୋପାଳପୁର ନିକଟରେ ପୁଣି ଥରେ ଆମ୍ବୁଲାନ୍ସ ଅଟକି ଥିବା କଥାକୁ ଡ୍ରାଇଭର ସ୍ୱୀକାର କରିଛନ୍ତି ।

ସୌମ୍ୟରଂଜନଙ୍କ ମୃତ୍ୟୁକୁ ୧୧ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କ ଦେହରେ କେଉଁ ପରିସ୍ଥିତିରେ ନିଆଁ ଲାଗିଥିଲା ତାହା ଏଯାଏଁ ରହସ୍ୟ ଘେରରେ ରହିଛି । ଯାହାର ତଦନ୍ତ ପୋଲିସ ଜାରି ରଖିଛି ।

Leave A Reply

Your email address will not be published.