Latest Odisha News

BREAKING NEWS

ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟର ଲଗିଙ୍ଗ୍ ପ୍ରସଙ୍ଗୁ ନେଇ ରଖିଲେ ପ୍ରତିକ୍ରିୟା ।ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବରରେ ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରୁଛନ୍ତି, ଏହାକୁ ନେଇ ଯୋଜନା କରାଯାଉଛି ।

ଯେଉଁ ସ୍ଥାନରେ ୱାଟର ଲଗିଙ୍ଗ ହେଉଛି ସେସବୁ ସ୍ଥାନରେ ଏଭଳି ସ୍ଥିତି ଯେପରି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି। ବର୍ଷା ପୂର୍ବରୁ ସ୍ଵତନ୍ତ୍ର ଟିମ୍ ଯୋଗେ ୱାଟର ଲଗିଙ୍ଗ୍ ପଏଣ୍ଟ ସବୁକୁ ମନିଟରିଙ୍ଗ କରାଯାଇଥିଲା। ସେସବୁ ପଏଣ୍ଟ୍‌ରେ ଜଳ ନିଷ୍କାସନ ପାଇଁ ଗୁରୁତ୍ବ ଦିଆଯାଉଛି।

ଆଉ ୱାଟର ଲଗିଙ୍ଗ୍ ଯେପରି ନ ହେବ ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

 

Comments are closed.