Latest Odisha News

BREAKING NEWS

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି ।

ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଚିତ୍ରଶିଳ୍ପୀ ବିନୋଦ ମହାରଣା,ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ନାରୀ ମନର ନିଛକ ଭାବ କ୍ୟାନଭାସ ଉତୁରି ଥିବା ଚିତ୍ର ସମୂହର ଭୂୟସୀ ପ୍ରଶଂସା କରିଥିଲେ ।

ଆରମ୍ଭରେ ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିର ଆଭିମୂଖ୍ୟ ସମ୍ପର୍କରେ କହିଥିଲେ ଏବଂ ପରିଶେଷରେ ଏକାଡେ଼ମୀର ପରାମର୍ଶଦାତା ଶ୍ୟାମସୁନ୍ଦର ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ୍ ପ୍ରଦାନ କରୁଥିଲେ। ଏହି ଚିତ୍ର ଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀମାନଙ୍କରେ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.