Latest Odisha News

BREAKING NEWS

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼: ଏଥର ଏହି ରାଜ୍ୟରେ ଘଟିଲା ଘଟଣା

ହାଇଦ୍ରାବାଦ: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଦେଖିବାକୁ ମିଳିଛି। ବୁଧବାର ବିଶାଖାପାଟନମ ରେଳ ଷ୍ଟେସନ ପରେ ଟ୍ରେନ୍‌ର ଏକ ବଗିକୁ ପଥରମାଡ଼ ଟ୍ରେନ୍‌ର କାଚ ଭାଙ୍ଗିଦେଇଛନ୍ତି ଅଜଣା ଅସମାଜିକ। ଜାନୁଆରୀ ୯ ତାରିଖରେ ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ସଂକେତ ଦେଖାଇ ଶୁଭାରମ୍ଭ କରିଥାନ୍ତେ। ହେଲେ ତା ପୂର୍ବରୁ ଟ୍ରେନ୍‌ଟି ଆକ୍ରମଣ ଶିକାର ହୋଇଛି।

ଉଦ୍‌ଘାଟନ ପୂର୍ବରୁ ଆଜି ଟ୍ରେନ୍‌କୁ ପରୀକ୍ଷା କରାଯାଇଥିଲା। ସଫଳ ପରୀକ୍ଷଣ ପରେ ବିଶାଖାପାଟନମ ରେଳ ଷ୍ଟେସନରୁ ଟ୍ରେନ୍‌ଟିକୁ ମାରିପାଲେମ୍‌ରେ ଥିବା କୋଚ୍ ମେଣ୍ଟେନାନ୍ସ ସେଣ୍ଟରକୁ ନିଆଯାଉଥିଲା। ଏହି ସମୟରେ କିଛି ଅସାମାଜିକ ଟ୍ରେନ୍‌ର ଗୋଟିଏ ବଗିକୁ ପଥରମାଡ଼ କରିଥିବା ଡଆର୍‌ଏମ୍‌ ସୂଚନା ଦେଇଛନ୍ତି। ଏଥିରେ ଦୁଇଟି ଝରକା କାଚ ଭାଙ୍ଗିଯାଇଥିବା ସେ କହିଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଡିଆର୍‌ଏମ୍ ଅନୁପ କହିଛନ୍ତି “ ଆଜି ସନ୍ଧ୍ୟା ସାଢ଼େ ୬.୩୦ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପାଟନମ ରେଳ ଷ୍ଟେସନରୁ କୋଚିଂ କମ୍ପ୍ଲେକ୍ସ ଯାଉଥିବା ବେଳେ କିଛି ଅସାମାଜିକ ପଥର ମାଡ଼ କରିଛନ୍ତି। ଏହି ଘଟଣାରେ ରେଳବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।”

ସନ୍ଧ୍ୟା  ସମୟରେ ଘଟଣା ଘଟିଥିବାରୁ ଆମେ ଦୁର୍ବୃତ୍ତଙ୍କୁ ଦେଖିପାରି ନଥିଲୁ। ତେବେ ମାମଲାର ତଦନ୍ତ ଚାଲିଛି। ଯଦି ଏଭଳି ବ୍ୟବହାର ଲଗାତର ହେବେ ତେବେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଡିଆର୍‌ଏମ୍ ଅନୁପ କହିଛନ୍ତି। ସୂଚନା ଅନୁସାରେ ଏହି ଟ୍ରେନ୍‌ଟି ସିକନ୍ଦରାବାଦରୁ-ବିଶାଖାଟାପାଟନମ ଯାତ୍ରା କରିବ। ଏହାରି ଭିତରେ ଟ୍ରେନ୍‌ଟି ୱାରଙ୍ଗଲ, ଖମାମ, ବିଜୟୱାଡ଼ା ଏବଂ ରାଜମୁନ୍ଦାରୀରେ ଷ୍ଟପେଜ୍‌ ରହିବ। ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶୁଭାରମ୍ଭ କରିବେ।

Leave A Reply

Your email address will not be published.