Latest Odisha News

BREAKING NEWS

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି ବୋତଲ ବି ମାଡ଼ ହୋଇଥିବା ଅଭିଯୋଗ ଆସିଛି ।ପଥରମାଡ଼ ପରେ କାର୍ଯ୍ୟକ୍ରମ ଅଧାରୁ ଟିମ୍‌ ସହ ପଳାଇଥିଲେ ପପୁ ।

ତେବେ କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ତାହା ଜଣାପଡିନାହିଁ । ପଥର ମାଡ଼ରେ କେହି ଆହତ ହୋଇନଥିବା ବେଳେ ମଞ୍ଚରେ ଲାଗିଥିବା ଦେଢ଼ ଲକ୍ଷର ଏଲଇଡି ଭାଙ୍ଗି ଚୂରମାର୍‌ ହୋଇଯାଇଛି । ସେହିପରି ପାଣିବୋତଲ କିଛି କ୍ରିଉ ମେମ୍ବରଙ୍କ ଉପରେ ବାଜିଥିବା ଜଣାପଡ଼ିଛି । କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ମୁତାବକ, ପ୍ରତିବର୍ଷ ପରି ମହାଶିବରାତ୍ରୀ ଉପଲକ୍ଷେ ଗଞ୍ଜାମ ଜିଲ୍ଳା ଚିକିଟି ବ୍ଲକର ସୋରଳ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ  । ଚଳିତ ବର୍ଷ ମଧ୍ୟ ସୋରଳ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପପୁ ଯୋଗଦେଇଥିଲେ । ଦର୍ଶକଙ୍କୁ ନିଜ କଳା ମାଧ୍ୟମରେ ଉତ୍ସାହିତ  କରିବା ବେଳେ ଏପରି ଢେଲା ମାଡ଼ର ଶିକାର ହୋଇଥିଲେ  । ଢେଲା ମାଡ଼ର ଶିକାର ହୋଇ ବାଧ୍ୟ ହୋଇ ମଞ୍ଚ ଛାଡ଼ିବାକୁ ବାଧ୍ୟ ହୋଇଥିଲେ  । ଏହି ଘଟଣାକୁ ନେଇ ସ୍ଥାନୀୟ  ଅଞ୍ଚଳର ବୁଦ୍ଧିଜିବୀ ମାନେ ତୀବ୍ର ନିନ୍ଦା କରିଥିବା ବେଳେ ଏ ଘଟଣା ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି  ।

 

Leave A Reply

Your email address will not be published.