Latest Odisha News

BREAKING NEWS

ଧଳା ବଲ କ୍ରିକେଟରେ ଷ୍ଟପ କ୍ଲକ ନିୟମ ଲାଗୁ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଂଟରେ ଷ୍ଟପ କ୍ଲକ ନିୟମ ନିୟମିତ ଭାବେ ଲାଗୁ କରିବା ପାଇଁ ନିଷ୍ପତି ନିଆଯାଇଛି । ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଏବଂ ଟି୨୦ରେ ଏହାକୁ ଲାଗୁ କରିବ । ଗୋଟିଏ ଓଭର ପରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତୀ ଓଭର ବୋଲିଂ କରିବାକୁ ପଡିବ । ଯଦି ଏଥିରେ ବ୍ୟତିକ୍ରମ ହୁଏ ଟିମକୁ ଦଣ୍ଡିତ କରାଯିବ । ୨ ଥର ଫିଲ୍ଡ ଅମ୍ପାୟର ଚେତାବନୀ ଦେବେ, ଏହା ପରେ ଯଦି ବିଳମ୍ବ ହୁଏ ତେବେ ବୋଲିଂ ଟିମ ଉପରେ ୫ ରନର ପେନାଲ୍ଟି ପ୍ରଦାନ କରାଯିବ । ଓଭର ଶେଷ ହେବା ପରେ ଥାର୍ଡ ଅମ୍ପାୟର ଟାଇମର ଲାଗୁ କରିବେ । ୬୦ ସେକେଣ୍ଡ ପରେ ଫିଲ୍ଡ ଅମ୍ପାୟର ଚେତାବନୀ ଦେବ ।

ଡିଆରଏସ କାରଣ ଯୋଗୁ ଓଭର ଆରମ୍ଭରେ ବିଳମ୍ବ ହେଲେ ଅମ୍ପାୟର ଷ୍ଟପ କ୍ଲକକୁ ରୋକିପାରିବ । ଆଇସିସି ଡିସେମ୍ବର ୨୦୨୩ରୁ ଷ୍ଟପ କ୍ଲକ ନିୟମ ଲାଗୁ କରିଛି । ସେବେଠାରୁ ଟି୨୦ ଫର୍ମାଟରେ ଏହାକୁ ପ୍ରଚଳନ କରାଯାଉଛି । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଏହି ନିୟମ ଅନୁସାରେ ପ୍ରଥମ ସିରିଜ ଖେଳିଛନ୍ତି । ଏହାର ଫଳାଫଳ ସକାରାତ୍ମକ ରହିଥିବାରୁ ଆଇସିସି ଏହାକୁ ନିୟମିତ ଲାଗୁ କରିବା ପାଇଁ ଯୋଜନା କରିଛି ।

Leave A Reply

Your email address will not be published.