Latest Odisha News

BREAKING NEWS

ଋଷକୁ ଅସ୍ତ୍ର ପଠାଉଛି ଇରାନ, ଆମେରିକା ଦେଲା ଚେତାବନୀ

ୟୁକ୍ରେନ କହିଲା ଇରାନ ଡ୍ରୋନ ସହାୟତାରେ ଋଷିଆ କରୁଛି ହତ୍ୟା

ଓ୍ବାଶିଂଟନ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି । ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ ନକଲେ ପରିଣାମ ଭୟାଭୟ ହେବ ବୋଲି ଚେତାବନୀ ଦେଇଛି ଆମେରିକା । ସେପଟେ ୟୁକ୍ରେନ କହିଛି ଇରାନର 400 ଡ୍ରାେନ ସହାୟତାରେ ଋଷ ୟୁକ୍ରେନ ଲୋକଙ୍କୁ ହତ୍ୟା କରୁଛି ।

 

 

ଏହା ସହ ପୁଟିନଙ୍କ ପରମାଣୁ ଯୁଦ୍ଧ ସମରାଭ୍ୟାସକୁ ନେଇ ଆମେରିକା ଋଷ ସହ ଆଲୋଚନା କରିଛି । ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ଆମେରିକା କହିଛି । ଏପରିକି ଭାରତ ମଧ୍ୟ ପରମାଣୁ ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଲି କହିଛି । ରୁଷ ପକ୍ଷରୁ ନିଜର ଆଣବିକ ସମରାଭ୍ୟାସକୁ ସାରା ବିଶ୍ବରେ ନିନ୍ଦା କରାଯାଇଛି ।

ପରମାଣୁ ଯୁଦ୍ଧକୁ ଯେକୌଣସି ମତେ ଏଡାଇବାକୁ ରାଜନାଥ ପରାମର୍ଶ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପରମାଣୁ ଯୁଦ୍ଧକୁ ଏଡାଇବା ପାଇଁ ଋଷ ସହ କଥା ହୋଇଛନ୍ତି । ତେବେ ପୁଟିନ କିନ୍ତୁ ୟୁକ୍ରେନକୁ ସମର୍ପଣ କରିବା ପାଇଁ ସମରାଭ୍ୟାସ ଆରମ୍ଭ କରିଥିବା ଚର୍ଚା ହେଉଛି । ଆଠ ମାସ ହେଲା ଯୁଦ୍ଧ ଚାଲିଥିବା ବେଳେ ପୁଟିନ ୟୁକ୍ରେନ ଉପରେ ବିଜୟଲାଭ କରିପାରନାହାଁନ୍ତି । ୟୁକ୍ରେନ ସେନା ଋଷ ସେନାର ବିପୁଳ କ୍ଷତି ଘଟାଉଛି ।

Leave A Reply

Your email address will not be published.