Latest Odisha News

BREAKING NEWS

କାଲିଠୁ ଗଡିବନି ବସ୍, ଚେତାବନୀ ଦେଲେ ବସ୍ ସଂଘ

ମାଲକାନଗିରି: ଆସନ୍ତାକାଲିଠାରୁ ଗଡିବନି ବସ୍ । ୨୭ ତାରିଖ ଠାରୁ ଜିଲ୍ଲାର ବିଭିନ୍ନ ଘରୋଇ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇଁ ବନ୍ଦ ଡାକରା ଦେଇଛନ୍ତି ମାଲକାନାଗିରି ଘରୋଇ ବସ୍ ମାଲିକ ସଂଘ । ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଦାବି ରଖି ବନ୍ଦ ଡାକରା ଦେବେ । ଯଦି ତାହା ପୂରଣ ନହୁଏ ତାହାଲେ  ଜିଲ୍ଲାରୁ କୌଣସି ବସ୍ ଚାଲିବ ନାହିଁ କି ବାହାରୁ ମଧ୍ୟ କୌଣସି ବସ୍ ଜିଲ୍ଲା ଭିତରକୁ ଆସିବ ନାହିଁ ।

ତେବେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି ବସ୍ ମାଲିକ ସଂଘ । ସେମାନଙ୍କ କହିବା ଅନୁଯାୟୀ, ପୂର୍ବ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିବା ବେଳେ ଏହାର ପ୍ରଥମ ଶ୍ରେଣୀର ବସଗୁଡିକ ପଞ୍ଚାୟତ ଠାରୁ ବ୍ଲକକୁ ଚଳାଚଳ ହେଉଥିବା ବେଳେ ଦ୍ବିତୀୟ ଶ୍ରେଣୀର ବସଗୁଡିକ(ଏସି ବସ୍) ବ୍ଲକ ଠାରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ ହେଉଥିଲା । ସେତେବେଳେ ଦ୍ବିତୀୟ ଶ୍ରେଣୀ ବସ୍ ଚଳାଚଳକୁ ରାଜ୍ୟର ସମସ୍ତ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଫେଡେରେସନ ପ୍ରତିବାଦ କରିଥିବା ବେଳେ ସାରା ରାଜ୍ୟରେ ବସ୍ ବନ୍ଦ ଡାକରା ଦେଇ ଧର୍ମଘଟ କରିଥିଲୁ । ଏହାକୁ ନେଇ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରି ପରିବହନ ଅଧିକାରୀଙ୍କୁ ଅଭିଯୋଗ ବି କରିଥିଲୁ । ଯାହାପରେ ଅଗଷ୍ଟ ୧ରୁ ଏସ ବସ୍ ଚଳାଚଳ ମନ୍ଦ ରହିଥିଲା । କିନ୍ତୁ ଏହା ପୁଣି ଅଗଷ୍ଟ ୨୧ରୁ ଚାଲିବା ଆରମ୍ଭ ହୋଇଛି । ଯାହାକୁ ନେଇ ଜିଲ୍ଲା ବସ ମାଲିକ ସଂଘ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ଏହା ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଏଥିରେ ସେ କିଛି କହିପାରିବେନି ବୋଲି କହିଥିଲେ ଜିଲ୍ଲାପାଳ ।

ଯାହାକୁ ନେଇ ଏବେ ଖପ୍ପା ବସ୍ ମାଲିକ ସଂଘ । ଲକ୍ଷ୍ମୀ ଏସି ବସ୍ ଚଳାଚଳ ଦ୍ବାରା ଘରୋଇ ବସ୍ ମାଲିକଙ୍କୁ କ୍ଷତି ସହିବାକୁ ପଡୁଛି । ରାଜ୍ୟ ସରକାର ବାହାର କମ୍ପାନୀଙ୍କୁ ଏହି ଚଳାଚଳର ଦାୟିତ୍ବ ଦେଇଥିବାରୁ ବାହାର ରାଜ୍ୟର କମ୍ପାନୀ ଏଥିରେ ଲାଭବାନ ହେଉଛନ୍ତି । ତାଣୁ ଘରୋଇ ବସ୍ ମାଲିକ ସଂଘକୁ ଏହି ଦାୟିତ୍ବ ଦେଲେ ଉଭୟ ଘରୋଇ ମାଲିକ ଓ ବେକାର ଯୁବକ ଉପକୃତ ହେବେ ବୋଲି ଦାବି କରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ଯାହାକୁ ନେଇ ଆସନ୍ତା କାଲି ଠାରୁ ମନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ।

Comments are closed.