Latest Odisha News

BREAKING NEWS

ଗାଳ୍ପିକା ମାନସୀ ଦାସଙ୍କ ଦଶମ ଗଳ୍ପ ସଙ୍କଳନ ‘ପଦ୍ମ ପୋଖରୀ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ବହୁ ପ୍ରତୀକ୍ଷିତ ଗଳ୍ପ ସଙ୍କଳନ ‘ପଦ୍ମ ପୋଖରୀ’ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ ଉତ୍ସବରେ ବରିଷ୍ଠ ସାହିତ୍ୟିକା ବନଜ ଦେବୀ ମୁଖ୍ୟ ଅତିଥି ଓ ଜୟନ୍ତୀ ରଥ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ।ଉନ୍ମୋଚିତ ଗଳ୍ପ ସଙ୍କଳନଟି ଉନ୍ନତ ଭାଷା ଶୈଳୀ ଓ ମାର୍ଜିତ ଚରିତ୍ର ଚିତ୍ରଣର ସମାହାର ଏବଂ ଏହା ଓଡ଼ିଆ ସାହିତ୍ୟର ଏକ ବିରଳ ସୃଜନ ସାବ୍ଯସ୍ତ ହେବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।

ଏହି ସଭାରେ ପ୍ରକାଶକ ବନୋଜ ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗାଳ୍ପିକା ଶ୍ରୀମତୀ ଦାସ ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଲଳିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.