Latest Odisha News

BREAKING NEWS

ଭକ୍ତଙ୍କ ଛୁଆଁରେ ଦୁର୍ବଳ ହେଉଛି ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ, ହେବ ରୂପା ଆଚ୍ଛାଦିତ

ପୁରୀ: ବଡ ଦେଉଳକୁ ବିପଦ । ଦୁର୍ବଳ ହେଉଛି ଗରୁଡ ସ୍ତମ୍ଭ । କେତେବେଳେ କିଛି ବି ଅଘଟଣ ଘଟିପାରେ । ତେଣୁ ଏହାର ସୁରକ୍ଷା ପାଇଁ ଏହାର ଚାରିପଟ ହେବ ରୁପା ଆଚ୍ଛାଦିତ । ଏ ନେଇ ଯୋଜନା ପ୍ରସ୍ତୁତ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଖର୍ଚ୍ଚ ହେବ ୧ କୋଟି ୩୦ ଲକ୍ଷ ଟଙ୍କା । ସବୁଠାରୁ ବଡ କଥା ହେଉଛି ଏହି କାମ ଜଣେ ଭକ୍ତଙ୍କ ଦାନରେ କରାଯିବ । ପଶ୍ଚିମବଙ୍ଗର ଏହି ଭକ୍ତ ଜଣକ ଗରୁଡ ସ୍ତମ୍ଭ ଚାରିପଟକୁ ରୂପା ଆଚ୍ଛାଦିତ କରିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।

ପ୍ରଶାସନ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ନାଟ ମଣ୍ଡପଠାରେ ଥିବା ଗରୁଡ ସ୍ତମ୍ଭ ପତଳା ହୋଇଗଲାଣି । ବିଶେଷ କରି ଭକ୍ତ ସ୍ପର୍ଶରେ ଏହା ପତଳା ହୋଇ ଯାଉଛି ।  ଗରୁଡ ସ୍ତମ୍ଭ ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ଗରୁଡ ସ୍ତମ୍ଭକୁ କୁଣ୍ଢାଇ ଧରିଲେ ପାପ କ୍ଷୟ ହୁଏ । ଗରୁଡଙ୍କୁ ସ୍ପର୍ଶ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ଏମିତି କିଛି ବିଶ୍ୱାସ ରହିଛି  । ତେଣୁ ହଜାର ହଜାର ଭକ୍ତ ଦୖନିକ ଏହି ସ୍ତମ୍ଭକୁ ସ୍ପର୍ଶ କରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଅନ୍ୟପକ୍ଷେ ଗରୁଡ ସ୍ତମ୍ଭ ଚନ୍ଦନକାଠର ଅଂଶରେ ନିର୍ମିତ । ଯାହା ଫଳରେ ବାରମ୍ବାର ସ୍ପର୍ଶ ଯୋଗୁ ଏହା ପତଳା ହୋଇ ଯାଉଛି ଏବଂ ଏହାର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ଏହାର ଚାରିପଟ ରୂପା ଆଚ୍ଛାଦିତ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍: ବିଭାକ ପୂର୍ବତନ ନିର୍ଦ୍ଦେଶକ ଏସ.କେ.ପଟେଲ କହିଛନ୍ତି ।

ପଶ୍ଚିମବଙ୍ଗ ଦୁର୍ଗାପୁରର ଭିରିଙ୍ଗି କମର୍ସିଆଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ  ଏସ.ଏନ.ସିଂହ ଏହି କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଶ୍ରମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ଏବଂ  ଗତ ୧୪ ତାରିଖ  ଦିନ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଏକ ଚିଠି କରି ଏ ସମ୍ପର୍କରେ ପରିଚାଳନା କମିଟିକୁ ଅବଗତ କରିଛନ୍ତି ।

Leave A Reply

Your email address will not be published.