କଟକ : ଗାଳ୍ପିକା ଶ୍ରୁତକୀର୍ତ୍ତୀ ତ୍ରିପାଠୀଙ୍କ ଗଳ୍ପ ସଙ୍କଳନ ‘ରଙ୍ଗ ତୂଳିର ଜୀବନ’ ସ୍ଥାନୀୟ ଆୟକର କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି।
ଏହି ଅବସରରେ ଶ୍ରୀ ପାଣିଗ୍ରାହୀ , ସାହିତ୍ୟରେ ପରିପୂର୍ଣ୍ଣ ଜୀବନ ସମାଜ ମନସ୍କ ହେଲେ ତାହା ସ୍ମରଣୀୟ ସୃଷ୍ଟିରେ ରୂପାନ୍ତରିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ ।
ବିଜୟାନନ୍ଦ ସିଂହଙ୍କ ପୋୖରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ମଞ୍ଜୁଳା ତ୍ରିପାଠୀ, ସୁରେଶ ମିଶ୍ର, ସନ୍ତୋଷ ପଣ୍ଡା , କମଳ ମାହୁନ୍ତ, ଅରମାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.