Latest Odisha News

ସୁଏଜ୍ କେନାଲରେ ୬ ଦିନ ହେଲା ଫସିଥିବା ବିଶାଳ କାର୍ଗୋ ଉଦ୍ଧାର

ସୁଏଜ୍: ଇଜିପ୍ଟର ସୁଏଜ୍ କେନାଲରେ ଗତ ୬ ଦିନ ଧରି ଫସି ରହିଥିବା ଜାହାଜ ଆଜି ପୁଣି ଚାଲିଛି । ଏହି କାର୍ଗୋ ଜାହାଜକୁ ଦୁନିଆର ସବୁଠୁ ବିଶାଳ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ‘ଏଭରଗ୍ରୀନ୍’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ ।

ଏହି କଣ୍ଟେନର ଜାହାଜ ଆଜିଠାରୁ ପୁଣି ଚଳାଚଳ କରିଛି । ଏନେଇ ଇଞ୍ଚ କେପ୍ ସିପିଂ ସର୍ଭିସ୍ ସୂଚନା ଦେଇଛି । ଏହା ପୂର୍ବରୁ ସୁଏଜ୍ କେନାଲ କର୍ତ୍ତୃପକ୍ଷ ବିଶାଳକାୟ କଣ୍ଟେନର ଜାହାଜକୁ ଆଂଶିକ ଭାବେ ବାହାର କରାଯାଇଥିବା ସୂଚନା ଦେଇଥିଲା ।

ଏହି ବିଶାଳ ଜାହାଜ ପାଣିରେ ଫସିଯିବା ପରେ ଜଳପଥରେ ଟ୍ରାଫିକ୍ ଜାମ ହୋଇଯାଇଥିଲା । ଯାହାର ପ୍ରଭାବ ଭାରତୀୟ ବାଣିଜ୍ୟ ଉପରେ ପଡ଼ିଥିଲା । ଏହି ସଂକଟରୁ ମୁକ୍ତି ପାଇବା ଲାଗି ସରକାର ଅନେକ ଯୋଜନା କରିଥିଲେ. ଅନ୍ୟ ଦେଶରୁ ରପ୍ତାନୀ-ଆମଦାନୀରେ ବ୍ୟବହୃତ ଭାରତୀୟ ମାଲବାହୀ ଜାହାଜ ଗୁଡ଼ିକୁ ସୁଏଜ୍ କେନାଲ ଟ୍ରାଫିକରୁ ବର୍ତ୍ତିବା ପାଇଁ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଯାତାୟାତ ପାଇଁ କୁହାଯାଇଥିଲା ।

ବିଶାଳ ଜାହାଜଟି ଝଡ଼ତୋଫାନରେ ଜାହାଜଟି ସୁଏଜ୍ କେନାଲରେ ଫସି ଯାଇଥିଲା । ୧୩୦୦ ଫୁଟ୍ ଲମ୍ବର କାର୍ଗୋ ଜାହାଜ ଫସିବା ଫଳରେ ଲାଲ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଟ୍ରାଫିକ୍ ଜାମରେ ପାଖାପାଖି ୧୫୦ଟି ଜାହାଜ ଫସିଥିଲେ । ଯେଉଁଥିରେ ୧୩ ମିଲିୟନ୍ ବ୍ୟାରେଲ୍ ଅଶୌଧିତ ତୈଳ ଥିବା ୧୦ଟି ତୈଳ ଟ୍ୟାଙ୍କର ସାମିଲ୍ ଥିଲା ।

Leave A Reply

Your email address will not be published.