Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ନିଦ ଭରା ରାତି…ଭଳି ଲୋକପ୍ରିୟ ଗୀତର ସଂଗୀତ ନିର୍ଦ୍ଦେଶକ ଥିଲେ। ୧୯୭୬ ମସିହାରେ ହୀରା ମୋତି ମାଣିକ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ ।

ଓଡ଼ିଆ ସହ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆଦେନି । ‘ନୁପୁର ମୁଁ କାହିଁକି ବାନ୍ଧିଲି’, ‘ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା’ରେ ନିର୍ଦ୍ଦେଶନା ଦେଇଥିଲେ ସେ ।

Leave A Reply

Your email address will not be published.