Latest Odisha News

ଦୁନିଆର ଅଜବ ଜନଜାତି; ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ଵର: ଦୁନିଆରେ ଭିନ୍ନ ଭିନ୍ନ ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ମଧ୍ୟ ଅଲଗା ହୋଇଥାଏ। ଏମିତିକି ବିବାହରେ ମଧ୍ୟ ଅଜବ ରୀତିନୀତି ପାଳନ କରିଥାନ୍ତି ଏହି ଭିନ୍ନ ଭିନ୍ନ ଜନଜାତିର ଲୋକେ। ତେବେ ଆଜି ଆମେ ଆପଣଙ୍କୁ ଏପରି ଜନଜାତୀଙ୍କ କଥା କହିବୁ ଯେଉଁମାନଙ୍କ ଅଜବ ପରମ୍ପରା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଇଷ୍ଟ ଆଫ୍ରିକାର ମାଡାଗାସ୍କାରରେ ରୁହନ୍ତି ମାଲାଗାସୀ ଜନଜାତିର ଜନଜାତିର ଲୋକେ । ଏହି ଜନଜାତିର ଲୋକମାନେ ଫାମାଡିହାନା ନାମକ ଏକ ପରମ୍ପରା ପାଳନ କରନ୍ତି । ଏହି ରୀତିନୀତି ପ୍ରତି ସାତ ବର୍ଷରେ ପାଳନ କରାଯାଏ। ଏହି ପ୍ରଥା ଅନୁଯାୟୀ, ଜନଜାତିର ଲେକମାନେ ସେମାନଙ୍କ ପୂର୍ବଜମାନଙ୍କ ମୃତଦେହ ବାହାର କରି ନୂଆ ପୋଷାକରେ ଗୁଡାଇ ଦିଅନ୍ତି । ଆଉ ଏହା ପରେ ପୂର୍ବପୁରୁଷଙ୍କ କବର ପାଖରେ ଗୀତ ଗାଇ ନାଚନ୍ତି । ତେବେ ଏହା କରିବା ଦ୍ବାରା ସେମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଖୁସି ଏବଂ ସମୃଦ୍ଧ ରହିବା ପାଇଁ ଆଶୀର୍ବାଦ କରଥାନ୍ତି ବୋଲି ସେମନଙ୍କ ବିଶ୍ଵାସ । ପ୍ରତିବର୍ଷ ଥାଇଲାଣ୍ଡର ଫୁକେତରେ ପାଳନ କରାଯାଏ ଶକାହାରୀ ପର୍ବ । ଏହି ଅଜବ ପରମ୍ପରାରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖାଯାଏ । ଲୋକମାନେ ଏହି ପର୍ବର ୯ଦିନ ପୂର୍ବରୁ ମାଂସ ଖାଇବା ବନ୍ଦ କରି ଦିଅନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଲୋକମାନେ ଧାରୁଆ ଛୁରୀ କିମ୍ବା ଖଣ୍ଡା ଦ୍ଵାରା ସେମାନଙ୍କର ଗାଲ ବା ଓଠ କାଟନ୍ତି । ଏମାନଙ୍କର ବିଶ୍ବାସ ଯେ ଏପରି କରିବା ଦ୍ଵାରା ଭଗବାନ ସେମାନଙ୍କୁ ସୁରକ୍ଷା ଦେଇଥାନ୍ତି।

ଇଜିପ୍ଟରେ ଯେତେବେଳେ କୌଣସି ଲୋକ ଅନ୍ୟ ଜଣଙ୍କ ଘରକୁ ଅତିଥି ଭାବେ ଯାଆନ୍ତି ସେମାନେ ଭୁଲରେ ମଧ୍ୟ ଖାଇବା ସମୟରେ ଲୁଣ ମାଗନ୍ତି ନାହିଁ। ଏଠାରେ ଅତିଥି ଲୁଣ ମାଗିବା ଅପରାଧ ବୋଲି ବିଶ୍ବାସ କରାଯାଏ। ସେହିପରି ଇଣ୍ଡୋନେସିଆର ଦାନି ଜାନଜାତିରେ ଏକ ସ୍ବତନ୍ତ୍ର ପରମ୍ପରା ପାଳନ କରାଯାଏ। ଏହି ଜନଜାତିର ଲୋକମାନଙ୍କ ପରିବାରରେ କହାର ମୃତ୍ୟୁ ହେଲେ ମହିଳାମାନଙ୍କୁ ଆଙ୍ଗୁଠି କାଟିଥାନ୍ତି । ବର୍ତ୍ତମାନ ଏହି ପରମ୍ପରାକୁ ନିଷେଧ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ କେତେକ ବୃଦ୍ଧ ଲୋକମାନେ ଏହି ଅଜବ ପରମ୍ପରାକୁ ଅନୁସରଣ କରୁଛନ୍ତି। ଚାଇନାରେ ଥିବା ଏକ ପରମ୍ପରା ଅନୁସାରେ ସ୍ବାମୀ ଗର୍ଭବତୀ ପତ୍ନୀଙ୍କ ସହିତ ଜଳୁଥିବା ନିଆଁ ଉପରେ ଖାଲି ପାଦରେ ଚାଲନ୍ତି। ଏମାନେ ବିଶ୍ବାସ କରନ୍ତି ଯେ ନିଆଁରେ ଚାଲିବା ଦ୍ବାରା ଡେଲିଭରି ସହଜ ହୋଇଥାଏ । ଦକ୍ଷିଣ କେନିଆର ତାଞ୍ଜା ନିଆରେ ମାସାଇ ନାମକ ଏକ ଜନଜାତି ବସବାସ କରନ୍ତି । ଏଠାରେ ଲୋକମାନେ ବିଭିନ୍ନ ଶୁଭ ସମୟରେ ଗାଈ ରକ୍ତ ପିଅନ୍ତି । ଖାସ କରି ଶିଶୁ ଜନ୍ମ ଏବଂ ବିବାହ ସମୟରେ ଏଭଳି କାମ କରନ୍ତି ସେଠାକାର ଏହି ଜନଜାତି।

Leave A Reply

Your email address will not be published.