Latest Odisha News

BREAKING NEWS

ମାହାଙ୍ଗା ମିଷ୍ଟ୍ରି: ଖେଳ ସାରଙ୍କୁ ଜେରା, ମାମଲା ରୁଜ୍ଜୁ କଲେ ରାଜ୍ୟ ମହିଳା କମିଶନ

କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି । ପଚରାଉଚରା କରିବା ସହ ଉଭୟ ମାଆ, ପୁଅଙ୍କ ବୟାନ ରେକର୍ଡ କରାଯାଇଛି ।

ସନ୍ଦେହଜନକ ଭାବେ ଦଶମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଥିଲା ।  ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା ।  ମାହାଙ୍ଗାର ଜଣେ ବିଜେଡି ନେତାଙ୍କ ଅଡିଓ ଭାଇରାଲ ହୋଇଥିଲା । ଏବଂ ଭାଇରାଲ ଅଡିଓ ନେଇ କଟକ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଜଣେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।

ସେପଟେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ।

Leave A Reply

Your email address will not be published.