Latest Odisha News

BREAKING NEWS

‘ପିସିସି ସଭାପତିଙ୍କୁ କାଳିମାଡ କରିଥିବା ଦୁର୍ବୁତ୍ତଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ ଏପରି କାଣ୍ଡ ଘଟାଇଛି ଖୁବ୍ ଶୀଘ୍ର ତାକୁ ଚିହ୍ନଟ କରାଯାଇ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତାହାର ତଦନ୍ତ ହେବ ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । ସଂଘବଦ୍ଧ ହୋଇ କିଛି ଦୁର୍ବୁତ୍ତ କଂଗ୍ରେସ ଭବନକୁ ଧସେଇ ପଶି ପିସିସି ସଭାପତିଙ୍କ ଚାମ୍ବରରେ କାଳି ମାଡ କରି ଓ ତାଙ୍କ ବିରୋଧରେ ନାରାବାଜି ବି ଦେଇଥିଲେ ।

Leave A Reply

Your email address will not be published.