Latest Odisha News

BREAKING NEWS

ଓଲା-ଉବେର-ରାପିଡୋ ପାଇଁ ଆସିଲା ନୂଆ ନିୟମ! ଏହି ଦିନରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହି ନୂତନ ନିୟମଗୁଡ଼ିକ ଯାତ୍ରୀ ସୁରକ୍ଷା, ଭଡ଼ା ନିୟନ୍ତ୍ରଣ ଏବଂ ସେବା ଯୋଗାଉଥିବା ସଂସ୍ଥା ଯଥା ଓଲା, ଉବେର ଏବଂ ରାପିଡୋ ଭଳି ଅଗ୍ରଣୀ ଅନଲାଇନ୍ କମ୍ପାନୀଗୁଡ଼ିକ ଉପରେ କଡ଼ା କଟକଣା ଓ ମାନଦଣ୍ଡ ଧାର୍ଯ୍ୟ କରିବ। ଅର୍ଥାତ୍ ଆପ୍ ଆଧାରିତ ଯାତ୍ରୀ ସେବା ଯୋଗାଉଥିବା ଯାନଗୁଡ଼ିକ ଉପରେ ଲାଗିବାକୁ ଯାଉଛି ପରିବହନ ବିଭାଗର କଟକଣା।

ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି। ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। ସେହିପରି, ଏହି କମ୍ପାନିଗୁଡ଼ିକ ସହିତ କାମ କରୁଥିବା ଡ୍ରାଇଭରମାନଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ।

ଏହାଛଡ଼ା ସେମାନଙ୍କ ପାଖରେ ବ୍ୟାଚ୍ ରହିବା ମଧ୍ୟ ଜରୁରୀ। ଡ୍ରାଇଭରମାନଙ୍କ ପାଇଁ ସ୍ଥାନୀୟ ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଅପା୍ ଗୁଡିକରେ ସ୍ଥାନୀୟ ଭାଷା ସହିତ ହିନ୍ଦୀ ଏହଂ ଇଂରାଜୀ ଭାଷାର ସୁବିଧା ରହିବ। ବ୍ୟାଚ୍ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ଯେଉଁ ସହରରେ ସେବା ଯାତ୍ରୀ ଦେବାକୁ ଚାହୁଁଛନ୍ତି, ସେଠାକାର ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର ଦେବାକୁ ପଡ଼ିବ। ଏଥିସହିତ ପୋଲିସ ଭେରିଫିକେସନ୍ ରିପୋର୍ଟ ମଧ୍ୟ ଜମା କରିବାକୁ ହେବ। ସେହିଭଳି ଜାଲ୍ କାଗଜପତ୍ର ଜରିଆରେ ଲାଇସେନ୍ସ ହାସଲ କରିଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ୟାକ୍ସି ଏବଂ ଅଟୋ ରିକ୍ସା ପରେ ଏବେ ଏହି ସମସ୍ତ ଆପ୍ କ୍ୟାବ୍ ପାଇଁ ବିଭାଗ କଡ଼ା ନିୟମ ଆଣିଛି।

Leave A Reply

Your email address will not be published.