Latest Odisha News

BREAKING NEWS

ଟ୍ରାଫିକ ଚେକିଂ: ୨୪ ଘଂଟାରେ ୧କୋଟି ୬ଲକ୍ଷ ଟଙ୍କା ଫାଇନ୍ ଆଦାୟ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋର୍‌ଦାର ଧରପଗଡ ହୋଇଛି । ୨୪ ଘାଂଟାରେ କୋଟିଏ ଟଙ୍କାରୁ ଅଧିକ ଫାଇନ୍ ଆଦାୟ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩,୮୭୦ ଜଣଙ୍କ ନାଁ ଚାଲାଣ କଟାଯାଇଛି ।
୩ ଜଣ ବସି ବାଇକ୍ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ସେହିପରି ମୋବାଇଲରେ କଥା ହେଉଥିବା ବେଳେ ୪୮ଜଣଙ୍କୁ ପୋଳିସ ଧରିଛି । ଅନ୍ୟପଟେ ବିନା ହେଲମେଟ୍‌ରେ ୧୮୩୧ ଜଣ, ଦ୍ରୁତ ଗାଡି ଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ୍ ବେଲ୍ଟରେ ଗାଡି ଚଳାଉଥିବା ୩୪୯ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରିଛି ।
ଆର୍‌ଟିଓ ୧,୭୫୮ ଜଣଙ୍କଠାରୁ ୮୮ ଲକ୍ଷ ଟଙ୍କା ଆଦାୟ କରିଛି । ସେହିପରି ପୋଲିସ ୨,୧୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଛି । ଅନ୍ୟପଟେ ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌କୁ ସିଜ୍ କରାଯାଇଛି । ଉଭୟ ଗାଡି ନାଁରେ ୫୧ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।

Leave A Reply

Your email address will not be published.