ମସ୍କୋ: ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କାମ୍ଚାଟକା ଉପକୂଳ ନିକଟରେ ଥିବା ସୂଚନା ରହିଛି । ତୀବ୍ର ଭୂମିକମ୍ପ ଝଟ୍କା ପରେ ସୁନାମୀ ଆଲର୍ଟ ଜାରି ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ମଧ୍ୟ ଆଶଙ୍କା ରହିଛି । ଜାପାନ ଓ ଆମେରିକାରେ ସୁନାମୀ ସତର୍କତା ଜାରି କରାଯାଇଛି । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ଭୂମିକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ ।
ଏହ ଭୟଙ୍କର ଭୂମିକମ୍ପ ବିଷୟରେ ଅବଗତ ହେବା ପରେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି । ବୈଠକରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି । ଏଥିପାଇଁ ଦେଶରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।
Comments are closed.