ସମ୍ବଲପୁର: ପିକନିକ କରିବାକୁ ଯାଇ ବୁଡ଼ିଗଲେ ଜଣେ ମେଧାବୀ ଛାତ୍ର । ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଇଁ “ଅଠରହଜାର ପଏଣ୍ଟ” କୁ ପିକନିକ କରିବାକୁ ଯାଇଥିଲେ। ସେଠାରେ ପାୱାର ଚ୍ୟାନେଲରେ ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଛନ୍ତି।
ଖବର ପାଇ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ସନ୍ଧ୍ୟା ହେବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।
ଛାତ୍ର ଜଣକ ଭୁବନେଶ୍ୱର ସ୍ଥିତ ଘରୋଇ କଲେଜରେ ଯୁକ୍ତ ୨ ପଢ଼ୁଥିଲେ। ଛୁଟି ହେବାରୁ ସେ ସମ୍ବଲପୁର ବୁଢ଼ାରଜା ସହଯୋଗନଗର ନିଜ ଘରକୁ ଆସିଥିଲେ।

Comments are closed.