Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ

ଭୁବନେଶ୍ୱର: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ବହୁ ପ୍ରତୀକ୍ଷିତ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ଥିବା ଉତ୍ସାହକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ଏଜୁକେସନାଲ୍ ଗ୍ରୁପର ଅଧ୍ୟକ୍ଷା ଶିଳ୍ପୀ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।

ସାଇ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଓ ଛାତ୍ରଛାତ୍ରୀ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ । ଏହି ଅବସରରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ନେତୃତ୍ୱ ଏକ ଦାୟିତ୍ୱ, ଯାହା ସେବା ପାଇଁ ସୁଯୋଗ ଦିଏ । ସେହିଭଳି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ କହିଥିଲେ, ବିଶ୍ୱର ଯାହା ପରିବର୍ତ୍ତନ ଦେଖିବାକୁ ଚାହୁଁଛ ନିଜ ଭିତରେ ଆଣ ।

ଏହି ଅବସରରେ କ୍ରିଶ ଖଇତାନଙ୍କୁ ହେଡ୍ ବୟ ଓ ସ୍ନେହା ସୋମାନିଙ୍କୁ ହେଡ୍ ଗର୍ଲ ଭାବେ ୨୦୨୩-୨୪ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଯିବା ସହ କାର୍ଯ୍ୟ ପ୍ରତି ନିଷ୍ଠାବାନ ରହିବାକୁ ମନ୍ତ୍ର ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ସାଇ ଇଣ୍ଟରନ୍ୟାସନାଲର ହେଡମାଷ୍ଟର ଅମିତାଭ ଅଗ୍ନିହୋତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.