Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୫୯୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ବଢୁଛି ତ କେବେ କମୁଛି । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୯୦୧ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୪୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୪୮୨ । ୧୮ ବର୍ଷ ଭିତରେ ଆଉ ୭୩୯ ପଜିଟିଭ୍ ବାହାରିଛନ୍ତି ।

୧୭ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪୩୦, ସୁନ୍ଦରଗଡ଼ରୁ ୫୪୫, କଟକରୁ ୪୦୨, ବାଲେଶ୍ୱରରୁ ୩୦୦, ଯାଜପୁରରୁ ୧୯୧, ନୂଆପଡ଼ାରୁ ୧୮୯, ବଲାଙ୍ଗିରରୁ ୧୮୪, ନୟାଗଡ଼ରୁ ୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୩୧ହଜାର ୧୬୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୧ଲକ୍ଷ ୫୨ହଜାର ୨୩୯ ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ୍ ୭୦ହଜାର ୩୨୭ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.