ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପରୀକ୍ଷା । ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ହେବ । ଛାତ୍ରଛାତ୍ରୀ ୫୦ ମାର୍କର ଙଗଜ ଅବଜେକ୍ଟିଭ୍ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନର ପରୀକ୍ଷା ଦେବେ । କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କର ମୂଲ୍ୟାୟନ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୮୦ ମାର୍କର ରେଜଲ୍ଟ ଅନୁଯାୟୀ ଓ ବଳକା ୨୦ ମାର୍କ ପାଇଁ ଆଭରେଜ ନମ୍ବର ପାଇବେ ଛାତ୍ରଛାତ୍ରୀ ।

ମାଟ୍ରିକ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖରେ ଶେଷ ହେବ । ଫର୍ମପୂରଣ ସଂକ୍ରାନ୍ତରେ ଆସନ୍ତାକାଲି କିମ୍ବା ୫ ତାରିଖରେ ଘୋଷଣା କରାଯିବ । ଫର୍ମପୂରଣ ପରେ ପରୀକ୍ଷାର କାର୍ୟ୍ୟସୂଚୀ ବିଷୟରେ ପ୍ରକାଶ କରାଯିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ତାରିଖ ପର୍ୟ୍ୟନ୍ତ ପାଠପଢ଼ା ହେବ । ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ ।
BREAKING NEWS
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
Comments are closed.