Latest Odisha News

BREAKING NEWS

ମହାନଦୀ ପୋଲ ଉପରୁ ଡେଇଁ ଯୁବକ ଗୁରୁତର ,କାରଣ ଅସ୍ପଷ୍ଟ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ବନିକା ମହାନଦୀ ବ୍ରିଜ ଉପରେ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର  ।ଯୁବକ ଜଣକ ବନିକା ଭଣ୍ଡାର ପଞ୍ଚାୟତ ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହାନୀ ଘଟଣା ସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରି ବନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ସେଠାରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି । ବନିକା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।

Leave A Reply

Your email address will not be published.