Latest Odisha News

BREAKING NEWS

ପୁଣି ବଢିଲା ସୁବର୍ଣ୍ଣରେଖା ନଦୀ ଜଳସ୍ତର, ବନ୍ୟା ସ୍ଥିତି ନେଇ ଲୋକେ ଆତଙ୍କିତ

ବାଲେଶ୍ୱର: ବନ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର । ଗତ ଦୁଇଦିନମଧ୍ୟରେ ଜଳସମ୍ପଦ ବିଭାଗର ରାଜଘାଟ ରିଡିଂ ପଏଣ୍ଟଠାରେ ଜଳସ୍ତର ପୁଣି ଉପରମୁହାଁ ହୋଇଛି । ଗୁରୁବାର ରାତିରେ ଜଳସ୍ତର ୯.୧୬ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଏହା ୧୦.୨୯ ମିଟରରେ ପହଂଚିଥିବା ସୂଚନା ରହିଛି ।

ତେବେ ସବୁଠୁ ଚକିତକର ବିଷୟ ହେଉଛି ସତର୍କ ସ୍ତର ୯.୪୫ ମିଟର ଥିବାବଳେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ରହିଛି । ନଦୀରେ ଜଳସ୍ତର ଆହୁରି ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ବିପଦ ସଙ୍କେତ ୧୦.୪୦ ମିଟର ପହଂଚିଛି । ନଦୀର ଉପର ମୁଣ୍ଡାରେ ଥିବା ଗାଲୁଡି ବ୍ୟାରେଜରୁ ଅଧିକ ପାଣି ଛଡାଯିବା ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ନଦୀର ଜଳସତର ବଢିବା ଯୋଗୁଁ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ନଥିବାରୁ ବନ୍ୟାଜଳ ପ୍ରଖର ସ୍ରୋତରେ ଗାଁ ଗଣ୍ଡା ଭିତରକୁ ପଶୁଥିବା ଜଣାପଡିଛି । ଫଳରେ ନଦୀତଟବର୍ତ୍ତୀ ଭୋଗରାଇ ବ୍ଲକର ୧୭ଟି ପଞ୍ଚାୟତ, ଜଳେଶ୍ୱର ବ୍ଲକର ୧୩ଟି ପଞ୍ଚାୟତ, ବସ୍ତା ବ୍ଲକର ୭ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକର ୧୧ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ଅଞ୍ଚଳର ୨୩ରୁ ଅଧିକ ଗାଁ ଏକପ୍ରକାର ଜଳବନ୍ଦୀ ରହିଥିବାର ଜଣାପଡ଼ିଛି । କମର୍ଦ୍ଦା ବାଲିଆପାଳ ରାସ୍ତାର ଉଲୁଣ୍ଡା ନିକଟରେ ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave A Reply

Your email address will not be published.