Latest Odisha News

ସୁଶାନ୍ତ ସିଂ ରାଜପୁତ କେସ: ସୁବ୍ରମଣ୍ୟମ ସ୍ୱାମୀ ତିନି ଖାଁଙ୍କୁ ଟାର୍ଗେଟ କଲେ, ବାହୁବଳୀମାନେ ଚୁପ୍ କାହିଁକି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ପ୍ରବେଶ ପରେ ଏହା ବର୍ତମାନ ପୁନର୍ବାର ହଟ୍‌ଟପିକ ପାଲଟିଛି । ସିବିଆଇ ଯାଂଚ ସପକ୍ଷରେ ଯୁକ୍ତ ବାଢ଼ିବା ସହ ସେ ବଲିଉଡର ତିନି ଖାଁ ଅମୀର, ସଲମାନ ଓ ଶାହାରୁଖଙ୍କୁ ଟାର୍ଗେଟ କରିଛନ୍ତି । ଏହି ରାଜ୍ୟସଭା ସାଂସଦ କହିଛନ୍ତି ତିନି ବାହୁବଳୀ ଚୁପ୍ କାହିଁକି ଅଛନ୍ତି । ସୁଶାନ୍ତ ଘଟଣାରେ ସେମାନେ ମୁହଁ ନ ଖୋଲିବାର କାରଣ କଣ ?

ଏହା ପରେ ସେ ଟୁଇଟ କରିଛନ୍ତି ତିନି ବାହୁବଳୀଙ୍କ ସମ୍ପତି ଯାଂଚ କରାଯିବା ଉଚିତ । ବିଶେଷ କରି ଦୁବାଇରେ ଥିବା ସମ୍ପତିର ତଥ୍ୟ ଭାରତ ସରକାର ଆଦାୟ କରୁ । ସେମାନଙ୍କୁ କିଏ ବଙ୍ଗଳା ଉପହାର ଦେଲା, କିପରି ଏତେ ସମ୍ପତିର ମାଲିକ ହେଲେ ସେ ସବୁର ତଦନ୍ତ ଇଡିର ଏସଆଇଟି, ଆଇଟି ଓ ସିବିଆଇ ଯାଂଚ କରନ୍ତୁ । ସେମାନେ କଣ ସବୁ କାନୁନଠାରୁ ଉପରେ? ସ୍ୱାମୀଙ୍କ ଏହି ଟୁଇଟ ପରେ ବିଭିନ୍ନ ମହଲରେ ଏହାକୁ ଜୋରଦାର ସ୍ୱାଗତ କରାଯାଉଛି । ବଲିଉଡ ଏବେ ବି ଅଣ୍ଡରୱାର୍ଲ୍ଡ ହାତମୁଠାରେ ଅଛି ତାହା ସୁଶାନ୍ତଙ୍କ ମୃତ୍ୟୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.