Latest Odisha News

ଆଗକୁ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ସରକାରଙ୍କ ପାଇଁ ବଡ ଆହ୍ୱାନ: ବାଗଚୀ

ଭୁବନେଶ୍ୱର: ଏହି ଲକଡାଉନ୍ ଦିନେ ନା ଦନେ ଖୋଲିବ । ବାହାରେ ଥିବା ଓଡ଼ିଆ ଖୁବଶୀଘ୍ର ରାଜ୍ୟକୁ ଫେରିବେ । ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ।

ସେ କହିଛନ୍ତି, ଅଧିକ ଲୋକ ସଂକ୍ରମିତ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାରୁ ଫେରିବେ। ସେମାନଙ୍କୁ ଚିହ୍ନଟ କରି କ୍ୱାରାଣ୍ଟାଇନ୍‌ରେ ରଖିବା ସମସ୍ତଙ୍କର ଦାୟିତ୍ୱ। ଏନେଇ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହ ବୁଧବାର ଆଲୋଚନା କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ସଂକ୍ରମଣ ହେଉଛି। ହେଲେ ଆଗକୁ ଚତୁର୍ଥ ପର‌୍ୟ୍ୟାୟ ଆସୁଛି, ଯାହା ସରକାରଙ୍କ ପାଇଁ ଏକ ବଡ ଆହ୍ବାନ ବୋଲି ସେ କହିଛନ୍ତି ।

Comments are closed.