ଭୁବନେଶ୍ୱର: କରୋନାକୁ କରନି କୁଣିଆ । ବେଳ ଥାଉ ସଜାଗ ହୁଅ । ସଚେତନ ରୁହ । ସରକାର ୨୧ ଦିନର ତାଲା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅଯଥାରେ ଘରୁ ବାହାରି କରୋନା ଭୂତାଣୁକୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ବର୍ତ୍ତମାନ ଦେଶ ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ତୃତୀୟ ପର୍ୟ୍ୟାୟରେ ପହଞ୍ଚିବା ପୂର୍ବରୁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। କାରଣ ତୃତୀୟ ପର୍ୟ୍ୟାୟରୁ ୪ର୍ଥ ପର୍ୟ୍ୟାୟରେ ପହଞ୍ଚିବା ବଡ଼ କଥା ନୁହେଁ। ଯଦି ଭାରତରେ କରୋନା ଭାଇରସ ୪ର୍ଥ ପର୍ୟ୍ୟାୟରେ ପହଞ୍ଚି ଯାଏ,ତେବେ ପରିସ୍ଥିତି ଅଣାୟତ୍ତ ହୋଇଯିବ । ତେଣୁ ଏବେ ସତର୍କତାର ସହିତ ଆମକୁ ବଞ୍ଚିବାର ଅଛି ବୋଲି ସେ ପରାମର୍ଶ ଦେଇଛନ୍ତି।
ବାଗଚୀ କହିଛନ୍ତି, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଲକ୍ଡାଉନ ରହିବା, ସଂକ୍ରମଣ ଆଶଙ୍କା ହେଲେ ୧୦୪କୁ ଫୋନ୍ କରିବା। ସେମାନେ ନିଷ୍ପତ୍ତି ନେବେ ଆପଣଙ୍କ ଚିକିତ୍ସା ପାଇଁ କ’ଣ କରାଯିବ। କରୋନା ହସ୍ପିଟାଲ ବିପଦଜନକ ମୁକାବିଲା ପାଇଁ କାମ କରିବ। ଜରୁରୀ ନହେଲେ ୨ରୁ ୩ ସପ୍ତାହ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ ବୋଲି ବାଗଚୀ କହିଛନ୍ତି ।
BREAKING NEWS
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
Comments are closed.