Latest Odisha News

BREAKING NEWS

ସଫଳ କ୍ରିକେଟର, ସମ୍ପର୍କୀୟ ଆତଙ୍କୀକୁ ହତ୍ୟା କରିଥିଲେ ଭାରତୀୟ ଯବାନ

ଲାହୋର: ପାକିସ୍ତାନ ସୁପର ଲିଗ (PSL) ୨୦୨୫ର ଦଶମ ସଂସ୍କରଣର ବିଜେତା ଘୋଷଣା ହୋଇଛି। ଶାହୀନ ଶାହ ଆଫ୍ରିଦିଙ୍କ ନେତୃତ୍ୱରେ ଲାହୋର କ୍ୱାଲାଣ୍ଡାର୍ସ ତୃତୀୟ ଥର ପାଇଁ ଏହି ଖେଳର ଚମକଦାର ଟ୍ରଫି ହାସଲ କରିଛି। ଶାହୀନଙ୍କ ଦମଦାର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ତାଙ୍କ ଦଳକୁ ଏହି ସଫଳତା ଆଣିଦେଇଛି। କିନ୍ତୁ, ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ଶାହୀନଙ୍କ ଜଣେ ସମ୍ପର୍କୀୟ ଆତଙ୍କବାଦୀ ଥିଲେ। ଯାହାକୁ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF) ହତ୍ୟା କରିଛି।

ଶାହୀନଙ୍କ ଏହି ସମ୍ପର୍କୀୟ ହେଉଛି ଆତଙ୍କବାଦୀ ଶାକିବ। ଯିଏ ପେଶାୱାରର ବାସିନ୍ଦା। ସେ ପ୍ରାୟ ଦେଢ଼ ବର୍ଷ ଧରି ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ଶାକିବ ଶାହୀନଙ୍କ ଶଶୂର ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦୀଙ୍କ ସମ୍ପର୍କୀୟ ଭାଇ ଥିଲେ। ଶାହୀନଙ୍କ ସହ ଶାକିବଙ୍କ ସମ୍ପର୍କ ଶାହୀନଙ୍କ ବିବାହ ପରେ, ଯେତେବେଳେ ସେ ଶାହିଦଙ୍କ ଝିଅ ଆନଶାଙ୍କୁ ବିବାହ କରିଥିଲେ।

୨୦୦୩ ମସିହା ସେପ୍ଟେମ୍ବର ୭ ତାରିଖରେ ବିଏସଫ ଅନନ୍ତନାଗରେ ଏକ ମୁକାବିଲାରେ ଶାକିବଙ୍କୁ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ବିଏସଏଫ ଯବାନମାନେ ଶାକିବଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଥିଲେ। ସେତେବେଳେ ବିଏସଏଫ ଦାବି କରିଥିଲା ଯେ ଶାକିବ ଆତଙ୍କବାଦୀ ସଂଗଠନ ହରକତ-ଉଲ-ଅନସାରର ବାଟାଲିୟନ କମାଣ୍ଡର। ଶାହୀନ ଯଦିଓ କ୍ରିକେଟର ଭାବେ ସଫଳ କିନ୍ତୁ ତାଙ୍କ ପରିବାରର ଆତଙ୍କବାଦୀ ସମ୍ପର୍କ ନେଇ ସେ ଏବେ ସମାଲୋଚିତ, ନିନ୍ଦିତ ।

Comments are closed.