ପୁରୀ: ଅଭିନେତା ରଜନୀକାନ୍ତଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ରଜନୀକାନ୍ତଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ।
ନିକଟରେ ୫୧ତମ ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । ପ୍ରସିଦ୍ଧ ଚଳଚିତ୍ର ତାରକା ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ । କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ମୋଦି ଙ୍କ ସମେତ ବିଭିନ୍ନ ମହଲରୁ ରଜନୀକାନ୍ତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
Comments are closed.