ପୁରୀ : ସୁପର ସନଡେରେ ହେବ ସୁପର ଫାଇଟ୍ । ଆସନ୍ତକାଲି ରହିଛି ୨୦୨୩ ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଗୁଜୁରାଟ୍ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର । ଯାହାକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଚାରିଆଡୁ ଟିମ ଇଣ୍ଡିଆକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକାରେ ୱାର୍ଲଡ କପ ଟ୍ରଫି ନିର୍ମାଣ କରିଛନ୍ତି । ଏଥିରେ ସେ ୫ଶହରୁ ଅଧିକ ଷ୍ଟିଲ ବାଉଲ ଓ ୩ ଶହ ବଲ ବ୍ୟବହାର କରିଛନ୍ତି । ଯାହାର ଲମ୍ବ ୫୬ ଫୁଟ ରହିଛି । ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ । ସେପଟେ ସୁଦର୍ଶନଙ୍କର ଏହି ଅନନ୍ୟ କଳାକୃତୀକୁ ଦେଖିବାକୁ ପୁରୀ ବେଳାଭୂମିରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି ।
Comments are closed.