Latest Odisha News

ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକ ଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପୁର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସୁନ୍ଦର ବାଲୁକା ଚିତ୍ରକଳା ରେ ଲାଲକୃଷ୍ଣ ଆଡଭାନୀ ଙ୍କ ଏକ ପ୍ରତିକୃତି କରିଛନ୍ତି ସୁଦର୍ଶନ ।

ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥି ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ରହିଛନ୍ତି । ହେଲେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ରାଷ୍ଟ୍ରପତି ଭବନରେ ଉପସ୍ଥିତ ହୋଇପାରିନଥିଲେ । ତେଣୁ ଆଜି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ ।

Leave A Reply

Your email address will not be published.