ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ ୨୧୨ କେଜି ଭାର ଉଠାଇ ୧୩୪.୫ ପଂଏଟ ହାସଲ କରି ନୂତନ ରାଜ୍ୟଗୋଷ୍ଠୀ କ୍ରୀଡା ରେକର୍ଡ କରିଥିଲେ । ଇକେଚୁକୱ କ୍ରିଷ୍ଟିଆନ ଓବିଚୁକଓ୍ବ ୧୩୩.୬ ପଂଏଟ ସହ ରୌପ୍ୟ ଏବଂ ମିକି ୟୁଲେ ୧୩୦.୯ ପଂଏଟ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୭ ବର୍ଷୀୟ ସୁଧୀର ପାରା ସ୍ପୋର୍ଟ୍ସରେ ଭାରତ ପାଇଁ ପଦକ ଦ୍ୱାର ଖୋଲିଛନ୍ତି । ସୂଚନାଯୋଗ୍ୟ, ପୋଲିଓରେ ଆକ୍ରାନ୍ତ ହେବା ଯୋଗୁ ସୁଧୀର ୨ ଗୋଡ ଅକାମୀ ହୋଇ ଯାଇଛି । ବିଭିନ୍ନ ମହଲରୁ ସୁଧୀରଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର
- ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
- ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

Comments are closed.