Latest Odisha News

BREAKING NEWS

ପୁନର୍ବାର ଟାର୍ଗେଟ କିଲିଂ ଆରମ୍ଭ କଲେ ଆତଙ୍କବାଦୀ

ପୁଲୱାମା: ପୁଲୱାମାର ଗଦୁରାରେ ପୁନର୍ବାର ଆତଙ୍କବାଦୀମାନେ ଟାର୍ଗେଠ କିଲିଂ ଆରମ୍ଭ କରିଛନ୍ତି । ବିହାର ଅଂଚଳର ୨ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନଡ ପକାଇଥିଲେ । ଏଥିରେ ବିହାରର ମହମ୍ମଦ ମମତାଜଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି ମଧ୍ୟ ବିହାରର ଏହି ପିତା, ପୁତ୍ରଙ୍କ ନାମ ହେଲା ମହମ୍ମଦ ଆରିଫ ଓ ମହମ୍ମଦ ମଜବୁଲ ବୋଲି ଜଣାପଡିଛି । ୨ମାସ ହେବା ସୁରକ୍ଷାକର୍ମୀଙ୍କ କଡା ପଦକ୍ଷେପ ଯୋଗୁ ଟାର୍ଗେଟ କିଲିଂ ଘଟଣାରେ ହ୍ରାସ ଘଟିଥିଲା । ପୁନର୍ବାର ଏହି ଘଟଣା ଆରମ୍ଭ ହୋଇଥିବାରୁ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯାଇ ଆତଙ୍କବାଦୀଙ୍କୁ ଖୋଜା ଚାଲୁଛି । ଗୁରୁବାର ଆଇବି ପକ୍ଷରୁ ସତର୍କ କରାଯାଇଛି ଯେ, ଜୈଶ ଇ ମହମ୍ମଦ, ଲଶ୍କର ଇ ତୋଇବା ପରି ଆତଙ୍କୀ ସଂଗଠନ ଅଗଷ୍ଟ ୧୫ରେ ଆକ୍ରମଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିପାରନ୍ତି । ସେଥିପାଇଁ ହାଇ ଆଲର୍ଟ ଜାରୀ କରାଯାଇଛି ।

Leave A Reply

Your email address will not be published.