Latest Odisha News

BREAKING NEWS

ଆଗକୁ ବଢିପାରେ ଚିନି ମୂଲ୍ୟ; ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ୬ ବର୍ଷ ହେଲା ଉଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଆଗକୁ ବଢ଼ିପାରେ ଚିନି ମୂଲ୍ୟ। କାରଣ ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ଚିନି ମୂଲ୍ୟ ଗତ ୬ ବର୍ଷ ହେଲା ଉଚ୍ଚ ସ୍ତରରେ ରହିଛି। ଯଦିଓ ବିଶ୍ୱସ୍ତରରେ ଚିନି ଉତ୍ପାଦନରେ ବୃଦ୍ଧି ହେବା ସହ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି, ତେବେ ବି ଚିନିର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ଯଦି ବିଦେଶରେ ଚିନି ମୂଲ୍ୟ ବଢ଼ିଲା ତେବେ ଭାରତ ବି ଏଥିରୁ ବାଦି ପଡ଼ିବ ନାହିଁ।

କାରଣ ଭାରତରେ ଚିନିର ଉତ୍ପାଦନ ଯଥେଷ୍ଟ ଥିଲେ ବି ବର୍ଷକ ଭିତରେ ଖୁଚୁରା ବଜାରରରେ ଏହାର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏଥିପାଇଁ ଭାରତ ସରକାର ଗତବର୍ଷ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫ୍ୟୁଚର ମାର୍କେଟ୍‌ରେ ଚିନି ମୂଲ୍ୟରେ ବୃଦ୍ଧି ହେବା ଆଖୁ ଚାଷ ସହ ସମ୍ପୃକ୍ତି ରହିଛି। ଭାରତରେ ଆଖୁ ଚାଷ କମିବାର ଆଶଙ୍କା ଥିବାରୁ ଚିନି ଉଚ୍ଚା ମୂଲ୍ୟର ରହିଛି।

ଚିନି ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବିତ କାରଣ

ଆଖୁରୁ ଚିନି ଉତ୍ପାନ ଦେଉ ହେଉଥିବା ବେଳେ ଇଥାନଲ ବି ଉତ୍ପାଦନ କରାଯାଉଛି। ଏବେ ଭାରତ ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଆଖୁରୁ ଅଧିକରୁ ଅଧିକ ଇଥାନଲ ଉତ୍ପାଦନ କରିବା ଲକ୍ଷ୍ୟ ରଖାଯାଇଛି। ତେଣୁ ଚିନି ଉତ୍ପଦାନରେ ହ୍ରାସ ହେବା ଆଶଙ୍କା ଦେଖା ଦେଉଛି। ଆଉ ଚିନି ଉତ୍ପାଦନ ହ୍ରାସ ହେଲେ ଏହାର ମୂଲ୍ୟ ବୃଦ୍ଧି ହେବା ସ୍ୱାଭାବିକ।

ଅନ୍ୟପଟେ ଚୀନରେ ଧୀରେ ଧୀରେ କରୋନା ପ୍ରତିବନ୍ଧକ ହଟୁଥିବାରୁ ବ୍ୟବସାୟ ସ୍ୱାଭାବିକ ହେଉଛି। ଚୀନରେ ଚିନିର ଚାହିଦା ବଢୁଛି। ତେଣୁ ଚାହିଦା ପୂରଣ ପାଇଁ ଚୀନ ଅଧିକ ଚିନି ଆମଦାନୀ କରିବା ଲକ୍ଷ୍ୟରେ ରହିଛି। ଆଉ ଚାହିଦା ବଢ଼ିଲେ ମୂଲ୍ୟ ବଢ଼ିବା ଅର୍ଥନୀତିରେ ଏକ ସ୍ୱାଭାବିକ ପ୍ରକ୍ରିୟା। ତେଣୁ ଏହି ଦୃଷ୍ଟିରୁ ଚିନିର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

ସେହିପର ଆଉ ଏକ କାରଣ ହେଲା ୟୁରୋପୀୟ ୟୁନିୟନ ଦେଶଗୁଡ଼ିକର ମରୁଡି ପାଇଁ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ଯଦି ବ୍ରାଜିଲ୍‌ରେ ଚିନି ଉତ୍ପାଦନରେ କୌଣସି ପ୍ରକାର ହ୍ରାସ ହେବ ତେବେ ବିଶ୍ୱରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇପାରେ ଓ ଚିନିର ମୂଲ୍ୟ ବଢ଼ିପାରେ ବୋଲି ଆଶଙ୍କା ଦେଖା ଦେଇଛି।

Leave A Reply

Your email address will not be published.